ଆହେ ଦୟାମୟ ବିଶ୍ଵବିହାରୀ…

ଆହେ ଦୟାମୟ ବିଶ୍ଵବିହାରୀ
ଘେନ ଦୟାବହି ମୋର ଗୁହାରି

ଜଳ ସ୍ଥଳ ବନ ଗିରି ଆକାଶ
ତୁମ ଲୀଳା ସବୁଠାରେ ପ୍ରକାଶ

ତୁମେ ଶୁଭ ବୁଦ୍ଧି ପରା ଶିଖାଅ
ମୋତେ ଭଲ ବାଟ ପରା ଦେଖାଅ

ମୋର କାମକୁ କରାଅ ସରସ
ମୋର ମୁଖେ ଦିଅ ଚିର ହରଷ

ତୁମ ଚରଣ ରେ ମୋର ଭକତି
ଦିଅ ବିପଦେ ସାହସ ଶକତି

କୁଟ କପଟ ସ୍ଵଭାବ ଯାହାର
ତାଙ୍କୁ ଦୂରୁ ମୁଁ କରଇ ଜୁହାର

ମୋତେ ନମିଶାଅ ତାଙ୍କ ସାଥିରେ
ସଦା ରଖ ସାଧୁଜନ କତିରେ

ଦୟା ବିନୟ ହେଉ ମୋ ଭୂଷଣ
କାହା ମନେ ନ ଦିଏ ମୁଁ କଷଣ

ସତ କହିବାକୁ କିଆଁ ଡରିବି
ସତ କହି ପଛେ ମାଲେ ମରିବି

ମୋତେ ଏତିକି ଶିଖାଅ ସାଇଁ ହେ
ମୋର ଧନ ଜନ ଲୋଡା ନାହିଁ ହେ